ଭୁବନେଶ୍ୱର : ମୁଁ ମୋ ଜୀବନରେ ବହୁତ କଷ୍ଟ ପାଇଛି । ତୁମେ ମାନେ ସେମିତି କିଛି କର ନାହିଁ । ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା । କ୍ୟାନସର ବା କର୍କଟରେ ପୀଡିତ ହୋଇ ମୁହଁ ଅପରେଶନ ହେବା ପରେ ଲୋକମାନଙ୍କୁ ଟବାକୋ ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର । ସେ କହିଛନ୍ତି କି, ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।
Views: 96