ଭୁବନେଶ୍ୱର : ୧୦ଟାରେ ଅଫିସ ଆସିବେ, ୫ଟା ୩୦ ପୂର୍ବରୁ ଅଫିସ ଛାଡି ପାରିବେନି । କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟ । ବାୟୋ-ମେଟ୍ରିକ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ । ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଯେଉଁ କର୍ମଚାରୀଙ୍କର ପଞ୍ଚ ‘ଆଉଟ୍’ ନଥିବ, ତାଙ୍କର ସେଦିନ ଆବସେଣ୍ଟ ପଡ଼ିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଏଣେ ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନଟି ଅନୁପସ୍ଥିତ ବୋଲି ଧରାଯିବ। ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।
Views: 58











