ପଟ୍ଟାମୁଣ୍ଡାଇ : ସର୍ଟ ସର୍କିଟ ଯୋଗୁଁ ହୁତୁହୁତୁ ହୋଇ ଜଳିଗଲା ତିନି ବଖରା ଘର । ଜଳି ପୋଡ଼ି ପାଉଁଶ ହୋଇଗଲା ସମସ୍ତ ଦାମୀ ଜିନିଷ ପତ୍ର । ବାସହରା ହୋଇଗଲେ ପରିବାର ଲୋକେ । ଦୁଃଖ ଦୁର୍ଦ୍ଦଶାରେ ଏବେ ୭ ପ୍ରାଣୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ସୁଜୁନପୁର ଗାଁରେ। ସୁଜୁନପୁର ଗାଁର ସୁଦର୍ଶନ ମଳିକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପାଖ ତ୍ରିଲୋଚନ ମଳିକଙ୍କ ରୋଷେଇ ଘରକୁ ନିଆଁ ଲାଗିଥିଲା। ସୁଦର୍ଶନ ମଳିକଙ୍କ ତିନି ବଖରା ନଡ଼ା ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ତ୍ରିଲୋଚନଙ୍କ ରୋଷେଇ ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଘର ଭିତରେ ଓ ନାତି ନାତୁଣୀ ଶୋଇଥିଲେ । ଏହି ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଘର ଲୋକ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ । ବାହାରେ ବର୍ଷା ଯେତେ ଜୋର୍ ହେଉଥାଏ ଘର ଭିତରେ ନିଆଁର ମାତ୍ରା ସେତିକି ବଢ଼ି ଚାଲିଥାଏ । ଗାଁ ଲୋକେ ଧାଇଁ ଆସିଥିଲେ ହେଁ, ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିପାରିନଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ ପରିବାରର ୩ ବଖରା ଜଳି ପୋଡି ପାଉଁଶ ହୋଇଯାଇଥିଲା । ବାସହରା ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରାଥମିକ ସହାୟତା ସହ ଆବାସ ଯୋଜନାରେ ଖଣ୍ଡେ ବାସଗୃହ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି ଗାଁ ଲୋକେ ଓ ସ୍ଥାନୀୟ ଜନ ପ୍ରତିନିଧି ।
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର

Facebook
Twitter
LinkedIn
Facebook
Twitter
LinkedIn
Recent News
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ
ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...
ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର
ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...
ବିମାନ ବନ୍ଦରରୁ ୮ କୋଟିର ଗଞ୍ଜେଇ ଜବତ
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୮ କୋଟିର ବିଦେଶୀ ଗଞ୍ଜେଇ ଜବତ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଆସୁଥିବା ବେଳେ ଧରିଲା ଡିଆରଆଇ ।ଆନୁମାନିକ ମୂଲ୍ୟ...
ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...