The Ultimate Managed Hosting Platform
ADVERTISEMENT

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ, ଆଉ ଦିନକ ପରେ ହେବ ଭୋଟ ଗଣତି

Facebook
Twitter
LinkedIn

ନୂଆଦିଲ୍ଲୀ : ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ । ଗତକାଲି ପ୍ରାୟ ୫୮ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଛି। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟଗ୍ରହଣ କେନ୍ଦ୍ରରୁ ଇଭିଏମ ଷ୍ଟ୍ରଙ୍ଗରୁମକୁ ନେଇ ରଖାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ସୁରକ୍ଷା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦିଲ୍ଲୀରେ ଭୋଟଗ୍ରହଣ ଲାଗି ମୋଟ ୧୩ ହଜାର ୭୬୬ଟି ବୁଥ କରାଯାଇଥିଲା । ଭୋଟ ଲାଗି ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି।୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login