The Ultimate Managed Hosting Platform
ADVERTISEMENT

ସରିଲା ଗଣତି ; ମିଳିଲା ୩୦୫ କୋଟି

Facebook
Twitter
LinkedIn

ବଲାଙ୍ଗିର : ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ଗଣତିରୁ ମିଳିଲା ମୋଟ ୩୦୫ କକୋଟି ଟଙ୍କା । ୨୫ଟି ମେସିନରେ ୫୦ କର୍ମଚାରୀ କରୁଥିଲେ ଟଙ୍କା ଗଣନା । ଲଗାତାର ୫ ଦିନ ଧରି ଚାଲିଥିଲା ଟଙ୍କା ଗଣନା । ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା କାଉଁଣ୍ଡିଂ । ଟଙ୍କା ଗଣତି ପରେ ବାଇଣ୍ଡିଂ ଚାଲିଛି । ଆଜି ଛୁଟି ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମାନେ ଟଙ୍କା ଗଣିଥିଲେ । ଏକାଠି ଏତେ ପରିମାଣର ବଣ୍ଡଲ ବଣ୍ଡଲ ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ବି ଚକିତ ହୋଇଥିଲେ । ସେପଟେ ବଲାଙ୍ଗୀର ସୁଦପଡ଼ାର ବୌଦ୍ଧ ଡିଷ୍ଟିଲାରୀସ ପ୍ରାଇଭେଟ ଲିମିଟେଡରେ ପଞ୍ଚମ ଦିନରେ ଜାରି ରହିଛି ଆୟକର ଚଢଉ। ଏଠାରୁ ୨ଶହ କୋଟି ଟଙ୍କା ଜବତ ହୋଇଥିବା ବେଳେ ତାର ଗଣତି ଚାଲିଛି। ଆୟକର ଅଧିକାରୀମାନେ ଆଜି ଚଢଉ କରି ବିଭିନ୍ନ କାଗଜପତ୍ର ଜବତ କରି ଯାଞ୍ଚ କରିବା ସହ ଭାଟି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ସୁଦପଡ଼ା ଭାଟି, ମଦ ଭାଟି ମ୍ୟାନେଜରଙ୍କ ଘରେ ମଧ୍ୟ ଚାଲିଛି ରେଡ। ସେହିପରି ବୌଦ୍ଧ ଡିଷ୍ଟିଲାରିସର ମାଲିକ ତଥା ସାସଂଦ ଧୀରଜ ସାହୁଙ୍କ ରାଞ୍ଚି ସ୍ଥିତ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଜାରି ରହିଛି ଚଢଉ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login