ରାଉରକେଲା ; ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ହାତୀ ଗୁରୁତର । ଡ୍ରୋନ କ୍ୟାମେରାରେ ହାତୀଟି ଗୁରୁତର ହୋଇଥିବା ସ୍ପଷ୍ଟ । ହେଲେ ଆଇଇଡି ବିସ୍ଫୋରଣରେ ହାତୀଟି ଗୁରୁତର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ସରଣ୍ଡା ଜଙ୍ଗଲରେ ହାତୀଟି ଗୁରୁତର ଅବସ୍ଥାରେ ବୁଲୁଥିବା ଡ୍ରୋନ କ୍ୟାମେରାରେ ସ୍ପଷ୍ଟ ହୋଇଛି । ଗୁରୁତର ହାତୀକୁ ଜଙ୍ଗଲରେ ଖୋଜୁଛନ୍ତି ବନ କର୍ମଚାରୀ । ହାତୀ ଠାବ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ । ଆହତ ହାତୀକୁ ଜୁନ ୨୭ରେ ସରଣ୍ଡାର ଦୀଘା ନିକଟସ୍ଥ ଜଙ୍ଗଲରେ ଲାଗିଥିବା ଡ୍ରୋନ୍ କ୍ୟାମେରାରେ ଦେଖାଯାଇଥିଲା ।
Views: 15