The Ultimate Managed Hosting Platform
ADVERTISEMENT

ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ଜବତ, ମାଓ ଗତିବିଦ୍ଧି ଉପରେ ନଜର ରଖିଛି ଝାଡଖଣ୍ଡ ପୋଲିସ

Facebook
Twitter
LinkedIn

ମାଲକାନଗିରି : ଓଡ଼ିଶା ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ । ମାଓ ଗତିବିଦ୍ଧି ଉପରେ ନଜର ରଖିଛି ଝାଡ଼ଖଣ୍ଡ ପୋଲିସ।ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଚାଇବାସା ଟୋକଲ ଥାନା ଏବଂ ସରାଇକେଲା ଖରସୁଆଁ କୁଚାଇ ଥାନା ଅଞ୍ଚଳ ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ୨ କେଜିର୧୪ଟି ଆଇଇଡି ବୋମା ସହ ଦେଶୀ ଗ୍ରେନେଡ଼ ଏବଂ ଆମୋନିଅମ ନାଇଟ୍ରେଟ ପାଉଡର, ବାରୁଦ ଆଦି ଜବତ କରିଛି ସୁରକ୍ଷା ବାହିନୀ । ଏଥିସହ ସମସ୍ତ ମାଓ ସାମଗ୍ରୀକୁ ଉଦ୍ଧାର ପରେ ନଷ୍ଟ କରାଯାଇଛି। ଝାଡ଼ଖଣ୍ଡ ଜାଗୁଆର ଏବଂ ସିଆରପିଏଫ ସହ ଚାଇବାସା ଏବଂ ସରାଇକେଲା ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଅନୁଯାୟୀ ସରଣ୍ଡା ଜଙ୍ଗଲରେ ଟପ ମାଓନେତା ଅସୀମ ମଣ୍ଡଳ ସହ ମିସିର ବେସରା ଏବଂ ମୋଛୁ ଅନମୋଲ ମାନେ ଆକ୍ଟିଭ ରହିଥିବା ନେଇ ଲଗାତାର ଚଢ଼ାଉ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login