The Ultimate Managed Hosting Platform
ADVERTISEMENT

ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଜିଟାଲ ଓଜନ ଯନ୍ତ୍ର ବ୍ୟବସାୟ ପ୍ରତିଷ୍ଠାନ ଉଦଘାଟିତ

Facebook
Twitter
LinkedIn

ଜଗତସିଂହପୁର(ଲୋକନାଥ ସାହୁ) :ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଉପଭୋକ୍ତା ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟଙ୍କ କରକମଳରେ ସରକାରଙ୍କ ବୈଧ ମାପ ବିଜ୍ଞାନ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତଡିଜିଟାଲ ୱେଇଙ୍ଗ ମେସିନ ବ୍ୟବସାୟ ପ୍ରତିଷ୍ଠାନ ( ଏକ୍ସଲେଣ୍ଟ ଓଏଟ ଆଣ୍ଡ ମେଜର ସର୍ଭିସେସ)ମକୁନ୍ଦପୁର ଠାରେ ମୁଖ୍ୟ ରାସ୍ତାକଡ ସୁବର୍ଣ୍ଣବରାହୀ ମନ୍ଦିର ନିକଟରେ ଉଦଘାଟନ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ ବରିଷ୍ଠ ସାମାଜିକ କର୍ମୀ ନିରଞ୍ଜନ କରିକ,ରାଜ୍ୟ ଅଭିଭାବକ ମହାସଂଘ ଉପସଭାପତି ପୂର୍ଣଚନ୍ଦ୍ର ମହାପାତ୍ର, ସର୍ବୋଦୟ କର୍ମୀ ରବି ମହାନ୍ତି, ବରିଷ୍ଠ ନାଗରିକ ଶରତ ଓଝା, ରମେଶ ଚନ୍ଦ୍ର ରାଉତ,ବିଜୟ କୁମାର ସ୍ବାଇଁ, ସୁବାସ ଚନ୍ଦ୍ର ବାରିକ, ଆଇନୀଜୀବୀ ଶକ୍ତିଧର ମିଶ୍ର,ବରିଷ୍ଠ ଆଇନୀଜୀବୀ ମାନସ ରଞ୍ଜନ ସ୍ବାଇଁ, ସମାଜ ବିକାଶ ମିଶନର ପ୍ରତିଷ୍ଠାତା ସରିତ ମହାପାତ୍ର, ଗୋପାଳ ଚନ୍ଦ୍ର ଓଝା ଏରସମା ନାଗରିକ ମଞ୍ଚର ଉମେଶ ଚନ୍ଦ୍ର ଖଟୁଆ ଓ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଡିଜିଟାଲ ଓଜନ ଯନ୍ତ୍ର ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।ଏଠାରେ ସମସ୍ତ ପ୍ରକାରର ଡିଜିଟାଲ ଓଜନ ଯନ୍ତ୍ର, ନିକିତି ଓ ବଟକରା ଉପଲବ୍ଧ ହେବ। ଏହା ଜିଲ୍ଲାର ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ପାଇଁ ସ୍ୱଳ୍ପ ମୂଲ୍ୟରେ ଭରସା ଯୋଗ୍ୟ ଉତ୍ତମ ସେବା ଯୋଗାଇବ ବୋଲି ସର୍ବସମତ ମତ ପ୍ରକାଶ ପାଇଥିଲା। ପ୍ରତିଦିନ ପ୍ରତିଷ୍ଠାନ ଖୋଲା ରହିବ।ଯୋଗାଯୋଗ ପାଇଁ ଆବଶ୍ୟକ ହେଲେ ୯୪୩୮୩୩୦୧୭୦ରେ ଫୋନ କରିପାରିବେ ବୋଲି ପ୍ରତିଷ୍ଠାନର ଭାଗିଦାର ଜଣାଇଥିଲେ। ଶେଷରେ ବରିଷ୍ଠ ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login