The Ultimate Managed Hosting Platform
ADVERTISEMENT

ସରକାରୀ ସ୍କୁଲରେ ଶିକ୍ଷକ ମରୁଡି, ପ୍ରହସନ ସାଜିଛି ପି.ଟି.ଆର ନିୟମ।

Facebook
Twitter
LinkedIn

ବାଲେଶ୍ୱର, ୧୦ା୦୮ ବାଲେଶ୍ୱର : ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ କରିବା ସହିତ ସ୍କୁଲ ପରିବେଶ ମଧ୍ୟ କରାଯାଉଛି ଚକାଚକ୍ । ଏହା ସହିତ ସାଇକେଲ, ମଧ୍ୟାହ୍ନ ଭୋଜନ, ବହି, ବ୍ୟାଗ୍, ପୋଷାକ ପତ୍ର ଆଦି ଯୋଗାଉଛନ୍ତି ମାଗଣାରେ । ମାତ୍ର ଉନ୍ନତ ଓ ଗୁଣାତ୍ମକଶିକ୍ଷା ପାଇଁ ,ଶିକ୍ଷକ ନିଯୁକ୍ତି କରା ଯାଉନାହିଁ । ଯାହାପାଇଁ ସରକାର ଓ ଶିକ୍ଷାବିଭାଗର ପି.ଟି.ଆର ନିୟମ ମଧ୍ୟ ସାଜିଛି ପ୍ରହସନ ।

ବାଲେଶ୍ଵର ଜିଲ୍ଲା ବସ୍ତାବ୍ଲକ ର ଶିକ୍ଷକ ମରୁଡି ହିଁ ସାଜିଛି ଏହାର ଜ୍ୱଳନ୍ତ ଉଦାହରଣ ।
ସୂଚନା ଅନୁଯାୟୀ ବସ୍ତା ବ୍ଲକ ରେ ମୋଟ ୧୮୮ ଟି ସରକାରୀ ବିଦ୍ୟାଳୟ ଥିବାବେଳେ, ୧୧୯ ଟି ପ୍ରାଥମିକ ବିଦ୍ୟାଳୟ, ୪୭ ଟି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ, ୧୩ ଟି ନୋଡାଲ ହାଇସ୍କୁଲ ରହିଛି। ମାତ୍ର ବ୍ଲକ ରେ କେତେ ସଂଖ୍ୟାର ଛାତ୍ରଛାତ୍ରୀ, ଛାତ୍ର ଛାତ୍ରୀ ଙ୍କ ପାଇଁ କେତେ ସଂଖ୍ୟାର ଶିକ୍ଷକ ଆବଶ୍ୟକ, ବର୍ତମାନ ଶିକ୍ଷକ ସଂଖ୍ୟା କେତେ ରହିଛି ଜାଣିବା ପାଇଁ ବାରମ୍ବାର ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ ଜେନା ଙ୍କ ସହିତ ଯୋଗାଯୋଗ କରାଯାଉଥିଲେ ମଧ୍ୟ କୌଣସି ତଥ୍ୟ ହସ୍ତଗତ କରାଇବାରେ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜେନା କରୁଛନ୍ତି ଟାଳଟୁଳ ନୀତି ଅବଲମ୍ବନ ।

ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଅଧିନରେ ଥିବା ଆମ୍ବକୁଡ଼ୁଚି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିଲାଯୁଡ଼ି ଯଦୁନାଥ ଉଚ୍ଚ ବିଦ୍ୟାଳୟ ଓ ବେଲଦାଣ୍ଡିଆ କେସି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ, ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ଶିକ୍ଷକ ,ଶିକ୍ଷତ୍ରୀ କମ ରହିଛନ୍ତି। ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ,ସ୍କୁଲ ପରିଚାଳନା କମିଟି, ସ୍ଥାନୀୟ ସରପଞ୍ଚ ଅନନ୍ତ କୁମାର ବାରିକ, ସମିତି ସଦସ୍ୟା ପଙ୍କଜିନୀ ପାଳ ପ୍ରମୁଖ ଏପ୍ରିଲ ମାସରେ ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲା ଶିକ୍ଷା ଅଧିକାରୀ ବାଲେଶ୍ଵର, ବିଧାୟକ ଜଳେଶ୍ଵର ଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ବି ଫଳ ଶୁନ ।

ତେବେ ବିନା ଶିକ୍ଷକ କିମ୍ବା ଆବଶ୍ୟକତା ଶିକ୍ଷକ ଠାରୁ କମ୍ ଶିକ୍ଷକରେ ସରକାରୀ ସ୍କୁଲ ରେ କିଭଳି ପାଠପଢା ଯାଉଥିବ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍। ସରକାରୀ ସ୍କୁଲରେ ଶିକ୍ଷକ ମରୁଡି ଓ ଶିକ୍ଷକ ଅଭାବର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ସରକାର ଆଦର୍ଶ ବିଦ୍ୟାଳୟ ଖୋଲୁଛନ୍ତି, କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରୁଛନ୍ତି ହେଲେ ଯେଉଁ ସ୍କୁଲରେ ପିଲା ଅଛନ୍ତି ସେଠି ଶିକ୍ଷକ ନାହାନ୍ତି । ତା ପାଇଁ ପ୍ରକୃତରେ ଦାୟୀ କିଏ, ସରକାର, ଶିକ୍ଷାବିଭାଗ ନା ଲୋକ ପ୍ରତିନିଧି ?

ନିରକ୍ଷରତା ଦୂରୀକରଣ ନିମନ୍ତେ ସରକାର କରିଥିବା ଯୋଜନା ଯେ, କେତେ ସଫଳ ହେଉଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ସରକାରୀ ସ୍କୁଲର ଏହି ଅବ୍ୟବସ୍ଥା ।
ରିପୋର୍ଟ – ଅଜିତ କୁମାର ସାହୁ, ବାଲେଶ୍ୱର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login