ନୂଆଦିଲ୍ଲୀ : ସରକାର ୨୦୨୫ ମସିହାରେ ନୂଆ ଏବଂ ଉନ୍ନତ ଗୁଣବତ୍ତା ବିଶିଷ୍ଟ ସୋରିଷ ଫସଲ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ପରେ ଶନିବାର ବଜାରରେ ସୋରିଷ ତେଲ ଏବଂ ତୈଳବୀଜର ମୂଲ୍ୟରେ ହ୍ରାସ ଦେଖାଯାଇଛି । ଏହି ନିଷ୍ପତ୍ତି ସାଧାରଣ ପରିବାରଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ଆଣିଛି, କାରଣ ଖାଦ୍ୟ ତେଲର ମୂଲ୍ୟ ହ୍ରାସ ସେମାନଙ୍କ ମାସିକ ବଜେଟକୁ ସହଜ କରିବ । ଏଥି ସହ ସାଧାରଣ ଲୋକମାନେ ମଧ୍ୟ ଅଚିନ୍ତାରେ ତେଲ କିଣିପାରିବେ । ସରକାରଙ୍କ ଏହି ପଦକ୍ଷେପ ଦେଶରେ ସୋରିଷ ତେଲର ଉପଲବ୍ଧତା ବୃଦ୍ଧି କରିବା ସହ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ । ଏହା ଦ୍ୱାରା ଗ୍ରାହକମାନେ ଶସ୍ତା ଦରରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ସୋରିଷ ତେଲ ପାଇପାରିବେ । ଏହି ମୂଲ୍ୟ ହ୍ରାସ ଦେଶର ଅନେକ ଅଞ୍ଚଳରେ ଖାଦ୍ୟ ତେଲର ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନ ଆଣିବ ବୋଲି ଆଶା କରାଯାଉଛି ।
Views: 12