ଭୁବନେଶ୍ୱର : ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡା ନିଦେ୍ର୍ଦଶ । ସମୟ ଅବଧି ଭିତରେ କାମ ନ ସାରିଲେ ଦାୟୀ ରହିବେ ଅଧିକାରୀ । ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାୟକ । ୨୦୨୬ ସୁଦ୍ଧା ୩୦-୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି । ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ରହିଛି । ବିଭାଗର ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି। ବିଗତ ଦିନରେ ବି କାମ କରୁଥିଲେ। ଆଗାମୀ ଦିନରେ ବି କାମ କରିବେ। ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ ଡିପିଆର୍ କାମ ଦିଆଯାଉଛି। ଯେଉଁ ସଂସ୍ଥା ଭଲ କରୁଛି ସେ ଡିପିଆର୍ ପ୍ରସ୍ତୁତ କଲେ କାମର ମାନ ବଢ଼ିବ।
ତିନିଟି ବ୍ୟବସ୍ଥାରେ ରାସ୍ତା ଉନ୍ନତିକରଣ କରାଯିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିମି ରାସ୍ତା ତିଆରି ହେବ। ସିଏମ୍ଆର୍ଏଲ୍ ଯୋଜନାରେ କିଛି ରାସ୍ତା ତିଆରି ହେବ। ଏହିଭଳି ଭାବେ ଚଳିତ ବର୍ଷ ୮୫୦୦ କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରଖିଛି ବିଭାଗ। ବିଭାଗୀୟ ଯନ୍ତ୍ରୀମାନେ ସବୁ କାମ ନିର୍ଣ୍ଣୟ କରିବେ। ସମୟ ଅବଧି ଭିତରେ କାମ ନସରିଲେ ଅଧିକାରୀମାନେ ଦାୟୀ ରହିବେ। ସମୟରେ କାମ ନସାରିଲେ ବିଭାଗ କାର୍ୟ୍ୟାନୁଷ୍ଠାନ ନେବ। ପ୍ରକଳ୍ପ କାମ ଅନୁଧ୍ୟାନ କରି ମାସିକିଆ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୪ରେ ପ୍ରଥମ ପର୍ୟ୍ୟାୟରେ ୮ ଜିଲ୍ଲାର ୨ ହଜାର କିମି ରାସ୍ତା ତିଆରି ହେବ ।ଡିପିଆର୍ ପ୍ରସ୍ତୁତ କରି କେନ୍ଦ୍ରକୁ ଦିଆଯାଇଛି ।
ସମୟରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ -ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











