ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟାରେ ଏହା ବାତ୍ୟା ରୂପ ନେବ । ତାହାର ପ୍ରଭାବ ପଡିବା ଆରମ୍ଭ ହେଲାଣି । ଗଭୀର ଅବପାତ ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପେଟ, ତିରୁବଲ୍ଲୁର,କୁଡ୍ଡାଲୋର, ନାଗା ପଟିନମରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ଚେନ୍ନାଇରୁ ୭ଟି ବିମାନ ବିଳମ୍ବରେ ଉଡାଣ ଭରିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୬୫ କିମି ବେଗରେ ପବନ ବହିପାରେ । ଯାହା ଆଗକୁ ବଢି ଘଣ୍ଟା ପ୍ରତି ୭୫ କିଲୋମିଟର ପର୍ୟ୍ୟନ୍ତ ରହିପାରେ । ସେହିଭଳି ବାତ୍ୟା ଆଶଙ୍କା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି । ତିରୁବଲ୍ଲୁର,ନାଗାପାଟ୍ଟିନମ, ମାୟିଲାଦୁ-ଥୁରାଇ ଓ କୁଡ୍ଡାଲୋର ଜିଲ୍ଲାରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ତେଣୁ ୨୯ ତାରିଖ ପର୍ୟ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସମୁଦ୍ରରେ ଥିବା ମତ୍ସଜୀବୀଙ୍କୁ ଶୀଘ୍ର ଫେରି ଆସିବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟା ଫଳରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...