ଭୁବନେଶ୍ୱର : ବାତ୍ୟା ପ୍ରବଣ ମେ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ।୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ । ପ୍ରସ୍ତୁତି ଓ ନିଦେ୍ର୍ଦଶ ନେଇ ଏସଆରସି ସତ୍ୟବ୍ରତ ସାହୁଙ୍କ ପ୍ରେସମିଟ୍ । ପୂର୍ବରୁ ମେ ରେ ବାତ୍ୟା ହେଉଥିବାରୁ ଆମେ ପ୍ରସ୍ତୁତି କରିଛୁ । ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଏନଡିଆରଏଫ , ଓଡ୍ରାଫ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି । ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବା କୁହାଯାଇଛି । ପରବର୍ତ୍ତୀ ଅବସ୍ଥା କଣ ହେବ ପାଣିପାଗ ବିଭାଗ ଆକଳନ କରିବ । ଆମେ ପ୍ରସ୍ତୁତ ରହିଛୁ , ଯଦି କିଛି ବି ହୁଏ , ଆମେ ମୁକାବିଲା କରିପାରିବୁ ।
Views: 75