ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ଦିନେ ବଢ଼ିଛି ଇଣ୍ଟରନେଟ୍ ବନ୍ଦ ଅବଧି । ଆସନ୍ତାକାଲି ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଦୀର୍ଘ ୬ ଦିନ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । କେବଳ ରେଢ଼ାଖୋଲ, ଜମନକିରା, କୁଚିଣ୍ଡା, ବାମରା, ଜୁଯୁମୁରା, ରେଙ୍ଗାଲି ଅଞ୍ଚଳରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି କ୍ଷ ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିିଭିନ୍ନ ବର୍ଗର ଲୋକଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ୨୨ ତାରିଖରେ ଇଦ୍-ଉଲ୍-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି ।
Views: 71