ସମ୍ବଲପୁର : ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କଲା ପୋଲିସ । ୧୨ ରେ ପଥର ମାଡ ପାଇଁ ୩ ଜଣ ଓ ୧୪ ରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣ ଗିରଫ ହୋଇଛନ୍ତି । ଏଯାବତ୍ ମୋଟ ଗିରଫ ଦାରୀ ସଂଖ୍ୟା ୮୫ କୁ ବଢିଲା ।
ସେପଟେ ସମ୍ବଲପୁରରେ ପୁଣି ବଢିଛି ଇଣ୍ଟରନେଟ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ସକାଳ ୧୦ଟା ପର୍ୟ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ ରହିବ ।
Views: 113