ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ ଏକ ମୈାଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନ ଆଣିବା ଯାଏଁ ଏ ନେଇ ସ୍ୱୀକୃତି ଦେଇ ହେବନି । ଏ ନେଇ ସଂସଦ ନିଷ୍ପତ୍ତି ନେଉ ବୋଲି କହିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ମାମଲାରେ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ସଂସଦର ଅଧିକାର।
ସମଲିଙ୍ଗୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେ୍ଦେଶ ଦେଇଛନ୍ତି ଅଦାଲତ। ମାମଲାର ଶୁଣାଣି ଆରମ୍ଭ କରି ପ୍ରଥମେ ମତ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ। ସେ କହିଥିଲେ ଯେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜୀବନସାଥୀ ବାଛିବା ଜୀବନର ଏକ ମହତ୍ବପୂର୍ଣ୍ଣ ଅଂଶ । ସାଥି ବାଛିବା ଏବଂ ସେହି ସାଥୀଙ୍କ ସହ ଜୀବନ ଅତିବାହିତ କରିବାର କ୍ଷମତା ଜୀବନ ଏବଂ ସ୍ବାଧୀନତା ଅଧିକାର ମଧ୍ୟରେ ଆସୁଅଛି ।
ଜୀବନ ଅଧିକାର ଅନ୍ତର୍ଗତ ଜୀବନ ସାଥୀ ବାଛିବାର ଅଧିକାର ରହିଛି । ଏଲଜିବିଟି ସମୁଦାୟ ସମେତ ସମସ୍ତ ବ୍ୟକ୍ତିଙ୍କୁ ଜୀବନସାଥୀ ବାଛିବାର ଅଧିକାର ରହିଛି । ପ୍ରଧାନ ବିଚାରପତି ଆହୁରି କହିଥିଲେ ଯେ, ଅଦାଲତ ନିୟମ ପ୍ରସ୍ତୁତ କରିପାରିବ ନାହିଁ । କିନ୍ତୁ ନିୟମର ସମୀକ୍ଷା କରିପାରିବୁ ।
ସମଲିଙ୍ଗୀ ବିବାହ ; ସଂସଦ ଆଇନ ନ ଆଣିବା ଯାଏଁ ସ୍ୱୀକୃତି ଦେଇ ହେବନି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











