ନୂଆଦିଲ୍ଲୀ : ସପ୍ତାହ ପରେ ଜୀବିତ ମିଳିଲେ ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ । ଗତ ସପ୍ତାହରେ ନିଖୋଜ ଥିବା ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଭେନ୍ ସମ୍ମିଟ୍ ଟ୍ରେକ୍ସ ଏହା ନିଶ୍ଚିତ କରିଛି। ଗତ ସପ୍ତାହରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ସମୟରେ ଅନୁରାଗ ନିଖୋଜ ହୋଇଯାଇଥିଲେ। ଅନୁରାଗଙ୍କ ଭାଇ ସୁଧୀର କହିଛନ୍ତି, ‘ସେ ଜୀବନ୍ତ ଅବସ୍ଥାରେ ମିଳିଛନ୍ତି। ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି’। ଅନୁରାଗ ମାଲୁ ଏକ ମିଶନରେ ଥିଲେ। ୩୪ ବର୍ଷୀୟ ଅନୁରାଗ ରାଜସ୍ଥାନର କିଶନଗଡ଼ର ବାସିନ୍ଦା। ପେସାରେ ସେ ଜଣେ ଯୁବ ଉଦ୍ଦ୍ୟୋଗୀ। ଅନୁରାଗ ଚତୁର୍ଥ କ୍ୟାମ୍ପରୁ ଫେରୁଥିବା ବେଳେ ତୃତୀୟ କ୍ୟାମ୍ପ ତଳେ ଏକ ଖାଲରେ ପଡ଼ିଯାଇଥିଲେ। କହି ରଖୁଛୁ, ଅନ୍ନପୂର୍ଣ୍ଣା ହେଉଛି ବିଶ୍ୱର ଦଶମ ସର୍ବୋଚ୍ଚ ପର୍ବତ। ଏହା ପର୍ବତାରୋହୀମାନଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ପର୍ବତ ମଧ୍ୟରୁ ଗୋଟିଏ।
Views: 86











