ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ପହଞ୍ଚିଛି। ଶୁକ୍ରବାରଠାରୁ ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନ ଆରମ୍ଭ କରି ଦେଇଛନ୍ତି। ଏଥିରେ ଆଜି ଯୋଗ ଦେଇଛନ୍ତି ବିଜେପିର ବିଧାୟକ ମୋହନ ମାଝୀ, ପିଙ୍କି ପ୍ରଧାନ, ଗୋଲକ ମହାପାତ୍ର , ବାବୁ ସିଂଙ୍କ ସମେତ ଅନ୍ୟାନ୍ୟ କର୍ମୀ । ପ୍ରଯୋଜିକା ସନଲିସା ୫ଦଫା ଦାବି ନେଇ ଆମରଣ ଅନଶନରେ ବସିଛନ୍ତି । ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନକୁ ଅଧିକରୁ ଅଧିକ ସମର୍ଥନ ମିଳୁଛି। ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଅଭିନେତା ପାର୍ଥ, ଅଖିଳ ପଟ୍ଟନାୟକ, ରୋଶନ ଅଗ୍ରୱଲ୍, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ପ୍ରମୁଖ ଯୋଗ ଦେଇଥିଲେ।
Views: 101











