ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପରିବହନ ମନ୍ତ୍ରୀଙ୍କ ବୈଠକର ଅଧ୍ୟକ୍ଷତା କରିଛନ୍ତି। ସେଠାରେ ସେ ସଡକ ସୁରକ୍ଷାକୁ ପ୍ରାଥମିକତା ଦେଇ ସେ ସଂପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି। ଗଡ଼କରୀ କହିଛନ୍ତି, ‘‘୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୧.୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩୦,୦୦୦ ଲୋକଙ୍କର ହେଲ୍ମେଟ୍ ନପିନ୍ଧିବା କାରଣରୁ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଗଡ଼କରୀ ଏକ ଆହୁରି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆମେ ଏକ ନୂତନ ଯୋଜନା ଆରମ୍ଭ କରିଛୁ। ଦୁର୍ଘଟଣା ଘଟିବା ପରେ ୨୪ ଘଣ୍ଟା ଭିତରେ ଯଦି ପୁଲିସ୍କୁ ଜଣାଯାଏ ତେବେ ସରକାର ୭ ଦିନ ପର୍ୟ୍ୟନ୍ତ ପୀଡ଼ିତର ଚିକିତ୍ସା ଖର୍ଚ୍ଚ ବହନ କରିବେ। ତେବେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇପାରିବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି। ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ମିଳିବ ବୋଲି ଗଡ଼କରୀ ସୂଚନା ଦେଇଛନ୍ତି।
ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷର କ୍ୟାସଲେସ ଟ୍ରିଟମେଣ୍ଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...