The Ultimate Managed Hosting Platform
ADVERTISEMENT

ସଟର ତାଡି ଅଳଙ୍କାର ଦୋକାନରୁ ଲୁଟ

Facebook
Twitter
LinkedIn

ଜଳେଶ୍ୱର : ଅଳଙ୍କାର ଦୋକାନରୁ ପୋଛି ନେଇଗଲେ ଦୁର୍ବୁତ୍ତ । ବସ୍ତା ଥାନା ଚାଷୀପଡା ଗାଁରେ ସଟର ଭାଙ୍ଗି ଲୁଟିନେଲେ । ୩୫ ଗ୍ରାମ ସୁନା ଓ ୫ କେଜି ରୁପା ଅଳଙ୍କାର ଚୋରି ଅଭିଯୋଗ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଦୋକାନଠୁ ମାତ୍ର ୨୦୦ ମିଟର ଦୂରରେ ଥିବା ଅମର୍ଦ୍ଦା ରୋଡ଼ ଫାଣ୍ଡି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କଲେ ଦୁର୍ବୃତ୍ତ ।ଗତକାଲି ବିଶ୍ଵକର୍ମା ପୂଜା ପାଇଁ ଦୋକାନରେ କିଛି ଅଫର ରହିଥିଲା । ତେଣୁ ରାତି ୧୧ଟା ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ଦୋକାନୀ । ରାତି ପ୍ରାୟ ୨ଟା ସମୟରେ ପାଖ ଦୋକାନୀଙ୍କ ଠାରୁ ଖବର ପାଇ ଦୋକାନରେ ପହଞ୍ଚି ଦୋକାନ ସଟର କାଟି ଚୋରି ହୋଇଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ, ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login