ଭୁବନେଶ୍ୱର, ୬ା୮: ଓଡିଶାରେ ଏବେ ସକ୍ରିୟ ହୋଇଛି ସବିଆଇ । ଲାଞ୍ଚ କାରବାର ମାମଲାରେ ବିଶିଷ୍ଟ ଶିଳ୍ପ ପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ବାନ୍ଧିଛି ସିବିଆଇ । ସିବିଆଇର ସମନ ପରେ ଭୋର ୪ ଟା ସମୟରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଚର୍ଚ୍ଚିତ । ପରେ ତାଙ୍କୁ ସବିଆଇ ମେଡିକାଲ ଟେଷ୍ଟ ପାଇଁ ପଠାଇ ଥିଲା । ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଲାଞ୍ଚ କାରବାର ମାମଲାରେ ସିବିଆଇ ଲିଷ୍ଟରେ ଥିଲେ ଚର୍ଚ୍ଚିତ । ତେବେ ମହିମା ମିଶ୍ର ଓ ଚନ୍ଦନ ମିଶ୍ର ଓ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଛାଡି ଦେଇଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି ମହିମାଙ୍କ ଓକିଲ ଜୟଦୀପ ପାଲ । ୨୦ ଘଣ୍ଟା ଧରି ସିବିଆଇ କାର୍ଯ୍ୟାଳୟରେ ରହିବା ପରେ ମହିମାଙ୍କୁ ଜେରା ପରେ ଛାଡିଛି ସବିଆଇ । ଗତକାଲି ଦିନ ୧୧ ଟା ଠାରୁ ବାପ ଓ ପୁଅଙ୍କୁ ଜେରା କରିଥିଲା ସିବିଆଇ ।

ପାରାଦୀପ ପୋର୍ଟରେ କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରର ଅଭିଯୋଗ ଥିଲା ମହିମା ଓ ତାଙ୍କ ପୁଅଙ୍କ ଉପରେ । ଯାହାକୁ ନେଇ ମାରାଥାନ ଜେରା କରୁଥିଲା ସିବିଆଇ । ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ଶେଷରେ ମହିମାଙ୍କ ସାନ ପୁଅ ଚର୍ଚ୍ଚିତକୁ ବାନ୍ଧିଥିଲା ସିବିଆଇ ।

ସିବିଆଇ ଚର୍ଚ୍ଚିତଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାରେ ୪ ଜଣଙ୍କୁ ଗତକାଲି ଗିରଫ କରିଥିଲା ସିବିଆଇ । ଘଟଣାକୁ ନେଇ ସିବିଆଇର ତନାଘନା ତଦନ୍ତ ଜାରି ରହିଛି ।
ରିପୋର୍ଟ ଭୂବନେଶ୍ୱରର ବ୍ୟୁରୋ ।