ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୀଷଣ ଗରମ , ଗୁଳୁଗୁଳି । ସକାଳ ୮.୩୦ ସୁଦ୍ଧା ପାରଦ ୩୩.୨ ଡିଗ୍ରୀ ସେଲସିୟସ । ଆଦ୍ରତା ଭୋର ଅପେକ୍ଷା କମିଥିଲେ ମଧ୍ୟ ୭୬% ରେକର୍ଡ । ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ । ସକାଳ ୮.୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୩୭.୪ ଡିଗ୍ରୀ ରେକର୍ଡ । ଆହୁରି ୨ ଦିନ ଜଳାଇବ ଓ ସିଝାଇବ ଗ୍ରୀଷ୍ମପ୍ରବାହ । ସିଭିୟର ହିଟୱେଭ୍ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ପଶ୍ଚିମରେ ତାତି ୪୫ ଡିଗ୍ରୀ ରହୁଛି । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହିପାରେ । ଗତ କିଛିଦିନ ହେବ ସମ୍ବଲପୁର, ଝାରସୁଗୁଡା, ହୀରାକୁଦ, ସୋନପୁର ଓ ଭୁବନେଶ୍ୱରରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି।
Views: 84