ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ୟ୍ୟ ହୋଇପାରି ନାହିଁ । ରାଜ୍ୟସଭାରେ ବି ଅଚଳାବସ୍ଥା ଜାରି ରହିଛି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ସାଂସଦମାନେ ଜିଦ୍ରେ ଅଟଳ ରହିଛନ୍ତି । ପ୍ରତିବାଦରେ ବିରୋଧୀ ଓଘଊଓଇ ମେଣ୍ଟର ସମସ୍ତ ସଂସଦ କଳା ପୋଷାକ ପିନ୍ଧି ସଂସଦ ଆସିଥିବା ଜଣା ପଡ଼ିଛି ।
ହଟ୍ଟଗୋଳ ଯୋଗୁଁ ୫ ଦିନ ହେଲା ଉଭୟ ଲୋକସଭା ଓ ରାଜ୍ୟସଭା ବାରମ୍ବାର ମୁଲତବୀ ରହୁଛି । ଏପଟେ ମଣିପୁର ପ୍ରସଙ୍ଗରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି । ସବୁ ଦଳଙ୍କ ସହ ଆଲୋଚନା ପରେ ବିତର୍କ ପାଇଁ ସମୟ ଧାର୍ୟ୍ୟ କରିବେ । ମଣିପୁର ପ୍ରସଙ୍ଗରେ ପିଏମ ମୋଦୀଙ୍କଠାରୁ ପ୍ରତ୍ୟକ୍ଷ ଉତ୍ତର ଦେବାକୁ ବିରୋଧୀ ଦାବି କରୁଛନ୍ତି। ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀ ଦଳର କଳା ପୋଷାକକୁ ନେଇ କହିଛନ୍ତି ଯେ କଳା ପୋଷାକ ପିନ୍ଧି କ’ଣ ହେବ?
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ବିରୋଧୀଙ୍କ ଶବ୍ଦ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଏହା ଭାରତର ପରିଚୟର ପ୍ରଶ୍ନ । ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପରିଚୟ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦେଶକୁ ସୂଚନା ଦେଇଛନ୍ତି । ତେବେ ମୋଦି ସରକାରଙ୍କ ପାଖରେ ୩୩୦ ସାଂସଦଙ୍କ ସମର୍ଥନ ଥିବା ବେଳେ ବିରୋଧୀ ପାଖରେ ରହିଛି ମାତ୍ର ୧୪୧ ସଦସ୍ୟ । ପୂର୍ବରୁ ପାର୍ଲିଆମେଣ୍ଟରେ ୨୬ ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା। ପ୍ରଥମ ଅନାସ୍ଥା ପ୍ରସ୍ତାବ ୧୯୬୩ରେ ଆସିଥିଲା।
ସଂସଦରେ କଳା ପୋଷାକ ପିନ୍ଧି ବିରୋଧିଙ୍କ ବିରୋଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











