ଚାନ୍ଦବାଲି : ନାଇଟ ପାଟ୍ରାଲେିଂ ବେଳେ ଅଘଟଣ । ଷ୍ଟପ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡି ଆସିଲା ଗୋରୁ ବୋଝେଇ ପିକଅପ । ଅଳ୍ପକେ ବର୍ତ୍ତିଲେ ଏଏସଆଇ । ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଗାଡି ଚାନ୍ଦବାଲିରୁ ବାହାରି ଭଦ୍ରକ ଦେଇ ଯାଉଥିବା ନେଇ ଖବର ପାଇଥିଲେ ତିହିଡି ଥାନା ଆଇଆଇସି । ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଇଆଇସିଙ୍କ ସମେତ ଏଏସଆଇ କମଳାକାନ୍ତ ଶତପଥୀ,ଲକ୍ଷ୍ମଣ ମାରାଣ୍ଡି, ହାବିଲଦାର ବିଦ୍ୟାଧର ସୁତାର, କନେଷ୍ଟବଳ ହରେକୃଷ୍ଣ ଦୀକ୍ଷିତ ଓ ଅନ୍ୟ କର୍ମଚାରୀ ଥାନା ସମ୍ମୁଖରେ ଗାଡି ଅଟକାଇବାକୁ ଷ୍ଟପ୍ ବୋର୍ଡ ଲଗାଇ ଚେକିଂ କରୁଥିଲେ । କିଛି ସମୟ ମଧ୍ୟ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍ଅପ୍ ଭ୍ୟାନ ତିହିଡି ବଜାର ଆଡୁ ଭଦ୍ରକ ଯାଉଥିବାର ଦେଖି ଏଏସଆଇ ଶତପଥି ରାସ୍ତାର ଡାହାଣ ପାଖରେ ଏକ ଷ୍ଟପ୍ ବୋର୍ଡ ଲଗାଇ ଠିଆ ହୋଇଥିଲେ । ହଠାତ୍ ଗୋରୁ ବୋଝେଇ ଗାଡିଟି ଜାଣିଶୁଣି ତାଙ୍କ ଆଡକୁ ଖୁବ ଜୋରରେ ମାଡି ଆସିଥିଲା । ଏଏସଆଇ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ରାସ୍ତାର ଡାହାଣ ପାଖକୁ ଡେଇଁ ପଡିବାରୁ ଅଳ୍ପକେ ତାଙ୍କର ଜୀବନ ରକ୍ଷା ହୋଇଯାଇଥିଲା । ଦୁଇଟି ଷ୍ଟପ୍ ବୋର୍ଡ ଭାଙ୍ଗିଥିବା ବେଳେ ଉକ୍ତ ଗାଡିର ପିଛା କରାଯାଇଥିଲା । ମାତ୍ର କୌଣସି ସନ୍ଧାନ ମିଳିନଥିଲା । ତେବେ ଘଟଣାର ତଦନ୍ତ କରିବା ସହ ଫେରାର ଗାଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।
ଷ୍ଟପ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡି ଆସିଲା ଗୋରୁ ବୋଝେଇ ଗାଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











