କଣ୍ଟାବାଞ୍ଜି : ଶ୍ୱଶୁର ଘରକୁ ଆସିଥିବା ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୁଟୁଲୁମୁଣ୍ଡା ଗାଁ ଖେଳ ପଡିଆରେ ଝୁଲନ୍ତା ମୃତଦେହ ଉଦ୍ଧାର । ୩ ଦିନ ତଳେ ପତ୍ନୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ । ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କଣ୍ଟାବାଞ୍ଜି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ମୃତ ଲମ୍ବୋଦରଙ୍କ ମାନସିକ ଅବସ୍ଥା ଠିକ ନଥିବାବେଳେ ସେ ଗତକାଲି ରାତିରୁ କୁଆଡେ ପଳାଇ ଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
Views: 54