ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ କ୍ଲିନ ସୁଇପ କଲା ଭାରତ । ଶେଷ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ୩-୦ରେ ସିରିଜ କବଜା କଲା ଭାରତ । ଏହି ମ୍ୟାଚରେ ଶ୍ରେୟାସ ଆୟର ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ହିରୋ ସାଜିଛନ୍ତି ଶ୍ରେୟସ ଆୟର, ଯିଏକି ଅପରାଜିତ ୭୩ ରନ୍ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଯେ, ଶ୍ରେୟସ ଆୟରଙ୍କୁ ଶ୍ରୀଲଙ୍କା ୩ଟି ମ୍ୟାଚରେ ଆଉଟ୍ କରିପାରି ନାହିଁ । ଅତିଥି ଟିମ୍ର ସମସ୍ତ ବୋଲର ଶ୍ରେୟସଙ୍କୁ ଆଉଟ କରିବାକୁ ଉଦ୍ୟମ କରିଥିଲେ ହେଁ, ତାଙ୍କର ଯୋଜନା ବିଫଳ ହୋଇଛି । ଶ୍ରେୟସ ଆୟର ଉତ୍ତରପ୍ରଦେଶର ଲଖନଉସ୍ଥିତ ଅଟଳ ବିହାରି ବାଜପେୟୀ ଷ୍ଟାଡିୟମରେ ୫୭ ରନ୍ ଓ ଧର୍ମଶାଳରେ ଦ୍ୱିତୀୟ ମ୍ୟାଚରେ ୭୪ ରନ୍ ସଂଗ୍ରହ କରିଥିଲେ । ତିନିଟ ମ୍ୟାଚରେ ସେ ଅପରାଜିତ ରହିଥିଲେ । ୩ଟି ମ୍ୟାଚରେ ସେ ୨୦୪ ରନ୍ କରିଥିଲେ । ଏଥିରେ ୨୦ଟି ଚୌକା ଓ ୭ଟି ଛକା ସାମିଲ ରହିଛି । ତାଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ପୁରସ୍କାର ଦିଆଯାଇଛି । ସେ ପ୍ରତ୍ୟେକ ମ୍ୟାଚରେ ଇନିଂସ ଶେଷ କରି ପାଭଲିଅନକୁ ଫେରିଥିଲେ ।
ତିନି ମ୍ୟାଚର ଦ୍ୱିପାକ୍ଷିକ ଶୃଙ୍ଖଳାରେ ଶ୍ରେୟସ ଆୟର ୨୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ କ୍ରିକେଟର । ସେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟଙ୍କ ନାଁରେ ପୂର୍ବରୁ ୩ ମ୍ୟାଚର ଶୃଙ୍ଖଳାରେ ୧୯୯ ରନ୍ର ରେକର୍ଡ ଥିଲା । ଶ୍ରେୟସ ଆୟର ମଧ୍ୟ ଶୃଙ୍ଖଳାର ୩ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହାକି ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ କରିସାରିଛନ୍ତି ।