ଭୁବନେଶ୍ୱର : ଶ୍ରୀମୟୀଙ୍କ ଆଉଟ ବଟ ନଟ ଆଉଟ ମନ୍ତବ୍ୟକୁ ତାଚ୍ଛଲ୍ୟ କଲେ ମନ୍ମଥ ରାଉତରାୟ । ଓଡିଶା ପାଇଁ ତ କେବେ କିଛି କରି ନାହାନ୍ତି, ଏବେ ନଟ ଆଉଟ ରହି କିଛି କରନ୍ତୁ । ସୁବିଧାବାଦୀ ନେତ୍ରୀ, ନବୀନ ପଟ୍ଟନାୟକଙ୍କ ଠାରୁ ବହୁ ସୁବିଧା ପାଇଛନ୍ତି । କିନ୍ତୁ ମୁଁ ଭାବୁନି ଅନ୍ୟ କୈାଣସି ଦଳରେ ତାଙ୍କୁ ଏତିକି ସୁବିଧା ମିଳିବ ।
ତେବେ ବିଜେଡିରୁ ଶ୍ରୀମୟୀଙ୍କୁ ବହିଷ୍କାର ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀମୟୀଙ୍କ ସୋସିଆଲ ମିଡିଆରେ ବିଭିନ୍ନ ମନ୍ତବ୍ୟକୁ ନେଇ ମଧ୍ୟ ଅନେକ ଆଲୋଚନା ହେଉଛି । ନବୀନ , ପାଣ୍ଡିଆନ ଓ ସୁଜାତାଙ୍କୁ ନେଇ ଦେଉଥିବା ମନ୍ତବ୍ୟ ଯୋଗୁ ଅନେକ ସମୟରେ ସେ ଟ୍ରୋଲ ମଧ୍ୟ ହେଉଛନ୍ତି ।
Views: 36