The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରୀ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି । ଡୋନେସନ ସେଲରେ ଟଙ୍କା ଗଣତି ବେଳେ ଚୋରି । ସିସିଟିଭିରୁ ଧରା ପଡିଲେ ଚୋରି କରିଥିବା ସମ୍ପୃକ୍ତ ବ୍ୟକ୍ତି । ଶ୍ରୀମନ୍ଦିର ପ୍ରଶାସନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଜବତ । ଦାନ ଟଂକା ଗଣତି ବେଳେ ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ୭ ଦିନ ପାଇଁ ନିୟୋଜିତ ହୋଇଥିଲେ । କିନ୍ତୁ ଡ୍ୟୁଟିରେ ଥିବା ସମୟରେ ସେ ଚୋରି କରିଥିଲେ ନା ଡ୍ୟୁଟିରେ ନଥିବା ବେଳେ ତାହା ସ୍ପଷ୍ଟ ହୋଇପାରିନି । ତେବେ ଗଣତି ବେଳେ ସ୍ୱଚ୍ଛତା ବଜାୟ ଉପରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ରହିଛି । ସିଂହଦ୍ୱାର ଥାନାରେ ଏ ନେଇ ଏତଲା ହୋଇଛି । ସମ୍ପୃକ୍ତଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ !

ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ !

କୋଲକତା : ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ । ୨୦୧୩ ମସିହାରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସନ୍ୟାସୀ କାର୍ତ୍ତିକ...

Login