ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ । ଗଜପତିଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଂଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଥିଲା । ଏହର ପୂର୍ବରୁ ଦିନ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିଥିଲେ । ୩ଦିନ ଧରି ଚାଲିଥିବା ମହାଯଜ୍ଞଙ୍କରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥି ମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ବଧୁବେଶରେ ସଜେଇ ହୋଇଛି । କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ପୁଣିଥରେ ଉଜ୍ଜୀବିତ କରିଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ପୁରୀ ବାସୀଙ୍କ ସମେତ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











