ପୁରୀ : ଶ୍ରୀମନ୍ଦିର ଗୁମୁଟରେ ଆରମ୍ଭ ହେଲା ରୁପା ଛାଉଣୀ କାମ । ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାର୍ୟ୍ୟ ଆରମ୍ଭ । ଶ୍ରୀମନ୍ଦିର ସିଂହ ଦ୍ଵାର ଗୁମୁଟରେ ଲଗାଯାଉଛି ରୂପା ଚାଦର । ସୁକ୍ଷ୍ମ କାରିଗରୀରେ ବେଶ ଆକର୍ଷଣୀୟ ଦିଶୁଛି ରୁପା ମରାମତି କାର୍ୟ୍ୟ । କେବଳ ସିଂହଦ୍ୱାର ଗୁମୁଟ ନୁହେଁ ସେହିଭଳି ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାର ରୁପା ଛାଉଣୀ ହେବ । ପ୍ରଭା ଓ ଖିଲଣ ବି ହେବ । ରୁପାର ୬ ଫୁଟ୍ ଉଚ୍ଚ ଓ ସାଢେ଼ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ୟ୍ୟ ପାଇବ । ବଡଦେଉଳ ରତ୍ନ ଭଣ୍ଡାରକୁ ଜଗି ରହିଥିବା ପ୍ରଭୁ ଶ୍ରୀ ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାରରେ ରୂପା ଛାଉଣୀ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନେଇଛି ପଦକ୍ଷେପ । ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ ରହିଛି ।
Views: 52