ପାଟଣା : ବୃଦ୍ଧ ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣରେ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଧପୁର ଗ୍ରାମରେ । ଭାଲୁ ଆକ୍ରମଣରେ ଗୋବିନ୍ଦ ଚନ୍ଦ୍ର ନାଏକ ନାମକ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଁ ନିକଟରେ ଥିବା ପୋଖରୀକୁ ଗୋବିନ୍ଦ ଶୌଚ ହେବାକୁ ଯାଇଥିଲେ ଗୋବିନ୍ଦ । ଠିକ୍ ଏହି ସମୟରେ ଜଙ୍ଗଲରୁ ଆସି ଏକ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଗୁରୁତର ଭାବେ ପଡିରହିଥିବା ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୋବିନ୍ଦଙ୍କ ଡାହାଣ ହାତ ଓ ଗୋଡ଼ରେ ଗଭୀର ଭାବରେ କ୍ଷତ ହୋଇଛି ।
Views: 243