ପାଟନା : ବିହାରର ମୁଜାଫରପୁରରୁ ଘଟିଛି ହୃଦୟବିଦାରକ ଘଟଣା । ନିଆଁ ଲାଗି ୪ ଭଉଣୀ ଜୀବନ୍ତ ଦଗ୍ଧ । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୬ରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି । ନିଆଁରେ ପୋଡି ହୋଇ ଚାଲିଯାଇଛି ୪ ଭଉଣୀଙ୍କ ଜୀବନ । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ରାତି ପ୍ରାୟ ୧ ଟା ସମୟରେ ରାମଦାଲୁ ଷ୍ଟେସନ ନିକଟରେ ଥିବା ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଶୋଇଥିବା ୪ ଟି ପିଲା ଜୀବନ୍ତ ଜଳିଯାଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ, ଏମାନଙ୍କୁ ବାହାରିବାର କୌଣସି ସୁଯୋଗ ମିଳିନଥିଲା । ନିଆଁ ଲାଗିବା ବେଳେ ଶୋଇଥିବା ପିଲାଙ୍କୁ କିଛି ବି ଅନୁଭୂତ ହୋଇନଥିଲା । ତେଣୁ ଏମାନେ ଜୀବନ୍ତ ଜଳିଯାଇଥିଲେ । ଏହି ଘଟଣାରେ ୬ରୁ ଅଧିକ ଲୋକ ମଧ୍ୟ ଜଳି ଆହତ ହୋଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ଏହି ଘଟଣାରେ ୧୨ ରୁ ୩ ବର୍ଷର ପିଲାଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସମୟରେ ଏହି ସମସ୍ତ ଲୋକ ଶୋଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।ଏହି ଘଟଣା ସଦର ପୋଲିସ ଷ୍ଟେସନ ପରିସରର ରାମଦାଲୁ ଷ୍ଟେସନ ନିକଟରେ ଘଟିଥିଲା। ତେବେ ନିଆଁ କେମିତି ଲାଗିଲା ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ଶୋଇଥିବା ବେଳେ ଲାଗିଲା ନିଆଁ, ୪ ଭଉଣୀ ଜୀବନ୍ତ ଦଗ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











