ଜଗତସିଂହପୁର : ଆଶ୍ଚର୍ଯ୍ୟ ! ଶୋଇଥିବା ବେଳେ ଚାଲିଗଲା ଜୀବନ ।ଜଗତସିଂହପୁର ଜିଲ୍ଲା ସଦର ଥାନା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଜଣେ ଗର୍ଭବତା ମହିଳାଙ୍କ ସ୍ୱାମୀଙ୍କର ବିଳମ୍ବିତ ରାତିରେ ମୃତ୍ୟୁକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା । ଏଭଳି ଘଟଣା ଏକ ଘରୋଇ ନର୍ସିଂହୋମରେ ଘଟିଛି । ଯାହା ଫଳରେ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ହେଲେ ବାଲିକୁଦୈ ଥାନା ମାଛଗାଁ ପଞ୍ଚାୟତ ବରଗୁଡିପଡିଆ ଗାଁର ଅରକ୍ଷିତ ବେହେରା । ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।
Views: 97











