ଭୁବନେଶ୍ୱର : ୫ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରବଧାନ । ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଉତ୍ତର । ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ପିପିପି ମୋଡରେ ହେବ । ଏ ନେଇ ଗୋ ସୁଗମ ଆପରେ ୧୩ଟି ଆବେଦନ ଆସିଛି । ୩ ଆବେଦନ କାର୍ଯ୍ୟକୁ ଆଗେଇବାକୁ ଗୋ ଆହେଡ ଦିଆଯାଇଛି । ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି । ଗୋଟିଏ ଅଚଳ ଶୀତଳ ଭଣ୍ଡାର ଖୋଲିବାକୁ ପଦ କ୍ଷେପ ନିଆଯାଉଛି । ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପଚାରିଥିଲେ, ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ। ଏହାର ଉତ୍ତରରେ ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ କେ ଭି ସିଂହଦେଓ। ସେ କହିଲେ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ। ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି। ଆମ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛନ୍ତି। ହେଲେ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି। ସାର ଆନ୍ଦୋଳନ ଯେଉଁଠି ହେଉଛି, କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି। ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ. ଆମେ କରିକି ଦେଖାଇବୁ।ସବୁ ସବଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ।
ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ; ଉପମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...