ବସ୍ତା : ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଅନୁଷ୍ଠିତ ଉତ୍ସବରେ ଡ଼. ହୃଷିକେଶ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ମୟୁରଭଞ୍ଜ ଜିଲା କୁସୁମିର ଅତିରିକ୍ତ ତହସିଲଦାର ମନୋଜ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ସଂଘ ନେତା ରମେଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବରେ ଡ଼. ଅରୂପ ଅଭିଷେକ, ସନ୍ତୋଷପୁର ପଂଚାୟତର ସରପଞ୍ଚ ସଂଗ୍ରାମ କୁମାର ଦାସମହାପାତ୍ର, ବିଦ୍ୟାଳୟର ପ୍ରଧାନ ଆଚାର୍ୟା ମିନାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପିଲାମାନେ ହେଲେ ଦେଶର ଭବିଷ୍ୟତ ତେଣୁ ଏମାନଙ୍କୁ ଠିକ ଭାବରେ ଗଢି ତୋଳିବା ଅଭିଭାବଙ୍କର ଦାଇତ୍ୱ ଏବଂ ସରସ୍ବତୀ ଶିଶୁ ମନ୍ଦିର ଏକ ମାଧ୍ୟମ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଗୁରୁଜୀ ସଂଜିତ କୁମାର ପାତ୍ର । ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ୟ୍ୟ ହୋଇଥିବା ପିଲାମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଏବଂ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ସାଂକୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଦ୍ୟାଳୟର ଗୁରୁଜୀ କମଳାକାନ୍ତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











