The Ultimate Managed Hosting Platform
ADVERTISEMENT

ଶିଶୁ କନ୍ୟାକୁ ଅସଦାଚରଣ !

Facebook
Twitter
LinkedIn

ଯାଜପୁର : ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ । ଅଭିଯୁକ୍ତ ଯୁବକ ଅଟକ । ପୀଡିତା ଶିଶୁ କନ୍ୟା ଯାଜପୁର ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁସାରେ ମାଂସଡାବିନ୍ଧା ଗ୍ରାମର ଶିଶୁକନ୍ୟାର ନିକଟସ୍ଥ ବନ୍ଧୁ ଘରକୁ ଦଶରଥପୁର ଥାନା ଅସନପୁର ଗ୍ରାମର ଯୁବକ ଅଲେଖ ମଲିକ ଆସିଥିଲା। ପରିଚୟ ଥିବାରୁ ଅଲେଖ ସାଇକେଲରେ ଶିଶୁକନ୍ୟାକୁ ବସାଇ ନିକଟସ୍ଥ ରାମବାଗ ବଜାରକୁ ନେଇଥିଲେ। ସେଠାରେ ଶିଶୁକନ୍ୟା ସହିତ ଅସଦାଚାରଣ କରି ଘରେ ଛାଡ଼ି ପଳାଇଥିଲେ। କିଛି ସମୟ ପରେ ଶିଶୁକନ୍ୟାର ପରିସ୍ରାରେ ରକ୍ତସ୍ରାବ ହେବାରୁ ପରିବାର ଲୋକ ବିସ୍ମିତ ହୋଇଥିଲେ। ଏ ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ଗାଳି ଗୁଲଜ ସହ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।। ଅବଶ୍ୟ ଅଲେଖଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login