ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ତେଣୁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତିରୁ ହିଁ ଶ୍ରାବଣ ଶେଷ ସୋମବାର ଜଳଲାଗି ପାଇଁ ଭିଡ ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ସାଢେ ୧୨ ଟାରୁ ଜଳଲାଗି ଆରମ୍ଭ ହୋଇଛି ।ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଛି । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ଵାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ଵାର ଦେଇ ବାହାରୁଛନ୍ତି ।
Views: 96











