ନୋଏଡା: ଶିକ୍ଷକଙ୍କୁ ଗୁଳି କଲେ ୨ ନାବାଳକ । ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଗୁଳି କରିଥିବା ସୂଚନା । ବୁଧବାର ସକାଳେ ନୋଏଡାରେ ଜଣେ ସ୍କୁଲ ଶିକ୍ଷକଙ୍କୁ ଦୁଇ ଜଣ ନାବାଳକ ଗୁଳି କରିଛନ୍ତି। ତେବେ ଗୁଳି ମୁଣ୍ଡରେ ନ ବାଜି କାନକୁ ଛୁଇଁ ଚାଲିଯାଇଥିଲା । ଫଳରେ ଶିକ୍ଷକ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ସୁରଜପୁର ଅଞ୍ଚଳର ଚାନ୍ଦ ଓ୍ଵାଲି ମସଜିଦ୍ ସାହିରେ ରହୁଥିବା ରକିବ ହୁସେନ୍ ସ୍ଥାନୀୟ ସୁଶୀଲ ମଡର୍ଣ୍ଣ ସ୍କୁଲରେ ପଢାଇବାକୁ ଯାଉଥିବା ବେଳେ ପ୍ରାୟ ୧୭ ବର୍ଷର ଦୁଇ ଜଣ ନାବାଳକ ଆସି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। କଥାବାର୍ତ୍ତା ସମୟରେ କୌଣସି କଥାକୁ ନେଇ ରକିବ ହୁସେନଙ୍କ ସହ ଦୁଇ ନାବାଳକଙ୍କ ବଚସା ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ବେଳେ ଯୁବକମାନେ ହଠାତ୍ ପକେଟରୁ ପିସ୍ତଲ ବାହାର କରି ତାଙ୍କ ମୁଣ୍ଡକୁ ଗୁଳି ମାରି ଫେରାର ହୋଇଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଗୁଳି କାନପଟିକୁ ଛୁଇଁ ଚାଲିଯାଇଥିଲା । ଏଣୁ ସେ ସାମାନ୍ୟ ଆହତ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛି ।
ଶିକ୍ଷକଙ୍କୁ ଗୁଳି କଲେ ୨ ନାବାଳକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











