The Ultimate Managed Hosting Platform
ADVERTISEMENT

ଶିକ୍ଷକ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଡିଗ୍ରୀଧାରୀ : ହାଇକୋର୍ଟ

Facebook
Twitter
LinkedIn

କଟକ : ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କାଏମ୍ ରଖିଛନ୍ତି। ଅନ୍ୟପକ୍ଷରେ ଜଣକିଆ ପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟର ରିଟ୍ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ପ୍ରକାଶ ଯେ, ଚୁକ୍ତିଭିତ୍ତକ ଟିଜିଟି(ଟ୍ରେନ୍ଡ ଗ୍ରାଜୁଏଟ୍ ଟିଚର) ପଦ ପୂରଣ ପାଇଁ ୨୦୨୧ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ଥିଲା। ପ୍ରାର୍ଥୀ ସ୍ନାତକରେ ଦୁଇଟି ସ୍କୁଲ ବିଷୟ ଯଥା- ଇଂଲିଶ, ଓଡ଼ିଆ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ ଓ ଅନ୍ୟ ଚାରିଟି ବିଷୟ ରଖି ପାସ୍ କରିଥିବେ ବୋଲି ସର୍ତ୍ତ ରଖାଯାଇଥିଲା। ବାଣିଜ୍ୟ ଓ ଲାଇଫ୍ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ମାତ୍ର ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ଦେଇଥିବା ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ପରବର୍ତ୍ତୀ ସମୟରେ ଖାରଜ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login