ଭୁବନେଶ୍ୱର : ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ । ଶପଥ ନେଲେ ଦୀପାଳି । ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି । ଝାରସୁଗୁଡା ଉପନିର୍ବାଚନରେ ବିଜୟ ପରେ ଶପଥ ନେଲେ । ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଲେ । ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତିଛନ୍ତି ଦୀପାଳି ।
ଶପଥ ନେଇ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନୟମ ହିସାବରେ ଆଜି ଶପଥ ନେଇଛି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବି । ସବୁବେଳେ ଝାରସୁଗୁଡ଼ାବସୀଙ୍କ ସେବାରେ ରହିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାପାଙ୍କ ସ୍ବପ୍ନ ପୂରା କରିବି ବୋଲି କହିଛନ୍ତି ଦୀପାଳି ଦାସ ।
Views: 128