ରାଞ୍ଚି : ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରକଳ୍ପ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଝାଡ଼ଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡିସେମ୍ବର ୯ରୁ ୧୨ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଜେଏମଏମର ବରିଷ୍ଠ ବିଧାୟକ ଷ୍ଟିଫେନ୍ ମାରାଣ୍ଡିଙ୍କୁ ବାଚସ୍ପତି କରାଯାଇଛି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଇଁ ବଡ ଘୋଷଣା କରାଛନ୍ତି । ମୈୟା ଯୋଜନାର ଅର୍ଥରାଶିକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନ ନିଷ୍ପତ୍ତି ନେଇଛନ୍ତି ମୈୟା ଯୋଜନାରେ ହିତାଧିକାରୀଙ୍କୁ ଡିସେମ୍ବରରୁ ମାସିକ ୨୫୦୦ ଟଙ୍କା ମିଳିବ । ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରତି ମାସରେ ହିତାଧୀକାରୀ ୧୦୦୦ଟଙ୍କା ପାଉଥିଲେ ।ସୋରେନ କହିଥିଲେ ବିଧାନସଭା ନିର୍ବାଚନ ସମୟରେ ଏହି ପ୍ଲାନକୁ ନେଇ ବହୁତ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ଏହି ଯୋଜନାର ଲାଭ ସିଧାସଳଖ ମହିଳାମାନଙ୍କୁ ପ୍ରଦାନ କରି ଜେଏମଏମ କ୍ଷମତାକୁ ଫେରିବାରେ ସକ୍ଷମ ହୋଇଛି ବୋଲି ବିଶ୍ୱାସ କରାଯାଉଛି ।
ଶପଥ ନେବା ପରେ ଅର୍ଥ ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











