ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବା ସହ ବିଜେଡିକୁ ଘରବାହୁଡା କରିଛନ୍ତି ସୁକାନ୍ତ । ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ ।ବିଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।
Views: 80