ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ଶକ୍ତିପୀଠରେ ନବରାତ୍ର ପୂଜା । ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ଆଗମନ ପାଇଁ ଉଲ୍ଲସିତ ହେଲାଣି ଧରାପୃଷ୍ଠ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଶୋଡ଼ଷ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ଷୋଡଶ ଉପଚାର ପୂଜା ପାଇଁ ଠାକୁରାଣୀଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି । ଆଜି ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ସେପଟେ ସମ୍ବଲପୁରରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମଣ୍ଡପରେ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।ମୃଣ୍ମୟ ମୃର୍ତ୍ତିରେ ରଙ୍ଗ ଚଢାଉଛନ୍ତି କାରିଗର । କାରିଗର ମାନେ ମାଆ ଦୁର୍ଗାଙ୍କ ସହ ପାଶ୍ବ ଦେବଦବୀଙ୍କ ରଙ୍ଗକାମ ଆରମ୍ଭ କରିଛନ୍ତି । ଦୁଇଦିନ ମଧ୍ୟରେ ରଙ୍ଗକାମ ସରିବା ପରେ ପଞ୍ଚମୀ ପୂର୍ବରୁ ନୂଆ ବସ୍ତ୍ର ଓ ଅଳଙ୍କାର ଲାଗି କରାଯିବ । ସେପଟେ ଚଳିତ ମାସ ୨୪ ତାରିଖରେ ହେଉଛି ଦଶହରା । ସେଥିପାଇଁ କାରିଗର ମାନେ ଆଗୁଆ ପ୍ରସ୍ତୁତି କଲେଣି । ଧରାପୃଷ୍ଠରେ ମାଙ୍କୁ ସ୍ୱାଗତ ଜଣାଇବାକୁ ହସିଲାଣି କାଶତଣ୍ଡି ଫୁଲ । ଯେଉଁ ଆଡେ ଦେଖ ଏବେ କେବଳ ହସୁଛି କାଶତଣ୍ଡି ।
ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











