ନୂଆଦିଲ୍ଲୀ : ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅଭାବନୀୟ ଘଟଣା । ଲୋକଶବାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦଙ୍କ ଆସନକୁ ଡେଇଁଲେ ଉଭୟ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଅଜ୍ଞାତ ଯବକ ପଶି ଆସିଥିବା ସୂଚନା । କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରି ଧରାପଡିଲେ । ୨ ଅଜ୍ଞାତ ଯୁବକଙ୍କୁ ଧରି ସୁରକ୍ଷାକର୍ମୀଙ୍କୁ ଜିମା ଦେଲେ ସାଂସଦ । ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି କଲେ ବାଚସ୍ପତି ।
ସୂଚନାଯୋଗ୍ୟ ଯେ, ଲୋକସଭାରେ ହଠାତ୍ ପଶି ଆସିଥିବା ଏହି ଦୁଇ ଯୁବକଙ୍କ ଭିତରୁ ଜଣକର ନାମ ସାଗର ଅଟେ । ଦୁଇ ଜଣ ସାଂସଦଙ୍କ ନାମ ନେଇ ଭିଜିଟର ପାସରେ ସଂସଦ ଭିତରେ ପ୍ରବେଶ କରିଥିଲେ । ସାଂସଦ ଦାନିଶ ଅଲ୍ଲୀଙ୍କ ସୂଚନା ମୁତାବକ, ଦୁଇ ଜଣ ଯୁବକ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ ପାସ୍ ଆଣିଥିଲେ ।
Views: 108











