The Ultimate Managed Hosting Platform
ADVERTISEMENT

ଲୋକସଭାରୁ ଆଉ ୨ ବିରୋଧୀ ସାଂସଦ ନିଲମ୍ବିତ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ବିରୋଧ ପ୍ରଦର୍ଶନକୁ ନେଇ ବିରୋଧୀ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହରେ ହୋହଲ୍ଲା ପାଇଁ ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ସାଂସଦମାନଙ୍କ ସଂଖ୍ୟା ବଢ଼ି ୧୪୩ ହୋଇଛି। ଲୋକସଭାରେ ପ୍ଲାକାର୍ଡ ଦେଖାଇବା ଏବଂ ଗୃହର ଅବମାନନା କରିବା ନେଇ ଦୁଇ ବିରୋଧୀ ସଦସ୍ୟଙ୍କୁ ସଂସଦର ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି। ଏ ପର୍ୟ୍ୟନ୍ତ ମୋଟ ୯୭ ଲୋକସଭା ସଦସ୍ୟଙ୍କୁ ସସ୍ପେଣ୍ଡ କରାଯାଇସାରିଲାଣି। ଏହା ପୂର୍ବରୁ ଗତ ସପ୍ତାହରେ ୧୩ ସଦସ୍ୟ, ଗତ ସୋମବାର ୩୩ ଏବଂ ଗତକାଲି ୪୯ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login