କେନ୍ଦୁଝର: ଲାଞ୍ଚ ନଦେଲେ ହେବନି ବିଲ ପାସ୍ । ଟଙ୍କେ କି ଦୁଇ ଟଙ୍କା ନୁହେଁ, ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ନ ଦେଲେ ଆବାସ ଯୋଜନାରେ ମିଳିଥିବା ଘର ପାଇଁ ବିଲ ପାସ୍ କରିବେନି ବୋଲି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାବୀ କରୁଛନ୍ତି । ଗରିବ ଜନତାଙ୍କ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ସରକାରଙ୍କ ,ଯାଜନା ଲୋକମାନ୍ଙକ ପାଖରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ କେହି କେହି ଘର କାମ ଶେଷ କରି ବିଲ୍ ପାଉନଥିବା ବେଳେ ଆଉ କେହି ଏନ୍ଆରଜିଏସ ପଇସା ପାଉ ନାହାଁନ୍ତି । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଭଣ୍ଡାରି ଡିହା ପଞ୍ଚାୟତ ପଦନପୁର ଗ୍ରାମରେ ।
ସୂଚନାନୁଯାୟୀ, ଘସିପୁରା ବ୍ଲକ ପକ୍ଷରୁ ଗ୍ରାମର କେତେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । କାର୍ୟ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ୟ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ । ହେଲେ ଶେଷ ବିଲ ଏବଂ ବୋନସ ଟଙ୍କା ଦେବାରେ ବର୍ତ୍ତମାନ ମିଳିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ହଇରାଣ କରୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଶେଷ ବିଲ ଏବଂ ଏନ୍ଆରଜିଏସ ପଇସା ପାଇନଥିବାରୁ ଅଧିକାଂଶ ହିତାଧିକାରୀ ଘର କାର୍ୟ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଫଳରେ ସେହି ଭଙ୍ଗା ଦଦରା ଘରେ ନିଜ ପରିବାରକୁ ନେଇ ଦିନ କାଟୁଛନ୍ତି । ବିଲ ପାଇଁ କହିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ହାତଗୁଞ୍ଜା ମାଗୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଆଉ କେତେ ଜଣ ହିତାଧିକାରୀଙ୍କ ଏନ୍ଆରଜିଏସ ପଇସା ପଞ୍ଚାୟତ କର୍ତ୍ତୃପକ୍ଷ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ।