ବ୍ୟୁରୋ : ଲବଙ୍ଗ ଦେଖିବାରେ ବହୁତ ଛୋଟ ହେଲେ ବି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ବି ମୁକ୍ତି ମିଳେ। ଲବଙ୍ଗରେ ପ୍ରୋଟିନ୍, ଆଇରନ୍, କାର୍ବୋହାଇଡ୍ରେଟ୍ସ, କ୍ୟାଲସିୟମ୍ ଓ ହାଇଡ୍ରୋକ୍ଲୋରିକ ଏସିଡ୍ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବୋଧେ କମ୍ ଲୋକ ଜାଣିଥିବେ ଯେ ଲବଙ୍ଗ ଖାଇବା ଦ୍ୱାରା ଓଜନ ବି ନିୟନ୍ତ୍ରଣରେ ରହିଥାଏ।
ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଖାଦ୍ୟ-ପାନୀୟ ମଧ୍ୟରେ ପ୍ରାୟତଃ ଲୋକମାନଙ୍କର ଗ୍ୟାସ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ଦିନ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସମସ୍ୟାକୁ ଆପଣ ଘରୋଇ ଉପାୟରେ ଦୂର କରିପାରିବେ। ଗ୍ୟାସ ପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଗ୍ୟାସ ଏବଂ କବଜରୁ ମୁକ୍ତି ପାଇବା ପାର୍ଇ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଟେ ଗିଲାସ ପାଣିରେ କିଛି ବୁନ୍ଦା ଲବଙ୍ଗ ତେଲ ପକାଇ ସେବନ କରିବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।
ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ଲୋକମାନଙ୍କୁ ଜ୍ବର ବା ଥଣ୍ଡା ହୋଇଥାଏ। ଏହି ସମୟରେ ଲବଙ୍ଗ ସେବନ କରିବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିବା ସହ ଗଳାରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
ପାଇରିଆ ବା ଅଧିକ ସମୟ ଭୋକରେ ରହିବା ଦ୍ବାରା ପାଟିରେ ଦୁର୍ଗନ୍ଧ ଆସିପାରେ। ଲବଙ୍ଗ ମୁହଁ ଦୁର୍ଗନ୍ଧ ଏବଂ ଦାନ୍ତ ଯନ୍ତ୍ରଣାରୁ ସର୍ବଦା ମୁକ୍ତି ଦେଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଲବଙ୍ଗ ସେବନ କରନ୍ତୁ।
ତ୍ବଚାର ସୁନ୍ଦରତା ପାଇଁ ମଧ୍ୟ ଲବଙ୍ଗ ଲାଭକାରୀ ହୋଇଥାଏ। ଯେଉଁ ଲୋକମାନଙ୍କ ତ୍ବଚାରେ ଦାଗ ବା ଡାର୍କ-ସର୍କଲ ହୋଇଥାଏ, ସେହି ଲୋକମାନଙ୍କ ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି କାରଣରୁ ଆପଣ ଲବଙ୍ଗ ପାଉଡର କୌଣସି ଫେଶପ୍ୟାକ ବା ବେସନ ସହ ମିଶାଇ ତ୍ବଚାରେ ବ୍ୟବହାର କରନ୍ତୁ।
ଅଧିକାଂଶ ଲୋକମାନଙ୍କର କେଶ ଝଡିବା ବା କେଶ ମୂଳ ଶୁଷ୍କ ହୋଇଯିବାର ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ।
ଲବଙ୍ଗ ଦୂର କରିବ ୫ ରୋଗ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











