ନୂଆଦିଲ୍ଲୀ : ଲଣ୍ଡନ ସାଉଥଏଣ୍ଡ ଏୟାରପୋର୍ଟରେ ବିମାନ ଦୁର୍ଘଟଣା । ବିଚକ୍ରାଫ୍ ବି୨୦୦ ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା । ଉଡାଣର କିଛି ସମୟ ଭିତରେ ଜଳିଗଲା ଛୋଟ ବିମାନ । ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରିନାହିଁ । ଯାହା ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଉଡ଼ାଣ କରିବାକୁ ଥିଲା । ଫ୍ଲାଇଟ୍ରାଡାରର ଫ୍ଲାଇଟ୍ ରିପୋର୍ଟ ଅନୁଯାୟୀ, ରନୱେରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସମୟରେ ବିମାନରେ କେତେ ଲୋକ ଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ ।
ଏଥି ସହ ଜାଣିରଖନ୍ତୁ ଯେ, ବିମାନବନ୍ଦର ନିକଟରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ଏକ ବିରାଟ ବିସ୍ଫୋରଣ ପରେ ଏକ ବିରାଟ ଅଗ୍ନିକାଣ୍ଡ ଏବଂ ଧୂଆଁର ଛାୟା ଖେଳିଯାଇଥିଲା । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥି ସହ ଏସେକ୍ସ ପୋଲିସ କହିଛି ଯେ, ‘‘ଆମକୁ ଅପରାହ୍ନ ୪ଟା ପୂର୍ବରୁ ୧୨ ମିଟର ଲମ୍ବା ବିମାନ ଧକ୍କା ହୋଇଥିବା ରିପୋର୍ଟ ମିଳିଥିଲାଟ୍ଟ ଆମେ ଘଟଣାସ୍ଥଳରେ ସମସ୍ତ ଜରୁରୀକାଳୀନ ସେବା ସହିତ ଘନିଷ୍ଠ ଭାବରେ କାର୍ୟ୍ୟ କରୁଛୁ, ଏବଂ ଏହି କାମ କିଛି ଘଣ୍ଟା ପର୍ୟ୍ୟନ୍ତ ଜାରି ରହିବ ।’’ ସାଉଥଏଣ୍ଡ ୱେଷ୍ଟ ଏବଂ ଲେ’ର ପ୍ରତିନିଧିତ୍ୱ କରୁଥିବା ସ୍ଥାନୀୟ ସାଂସଦ ଡେଭିଡ୍ ବର୍ଟନ୍-ସାମ୍ପସନ୍ ଏହି ଘଟଣା ଉପରେ ଚିନ୍ତା ପ୍ରକାଶ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, “ମୁଁ ସାଉଥଏଣ୍ଡ ବିମାନବନ୍ଦରରେ ଘଟିଥିବା ଘଟଣା ବିଷୟରେ ଅବଗତ । ଦୟାକରି ଦୂରରେ ରୁହନ୍ତୁ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ସେମାନଙ୍କର କାମ କରିବାକୁ ଦିଅନ୍ତୁ । ମୋର ସମବେଦନା ସମସ୍ତଙ୍କ ସହିତ ।’’
ଲଣ୍ଡନରେ ବିମାନ ଦୁର୍ଘଟଣା ,ଉଡାଣର କିଛି ସମୟ ଭିତରେ ଜଳିଗଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











