The Ultimate Managed Hosting Platform
ADVERTISEMENT

ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ବ୍ରହ୍ମପୁର : ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଉଦ୍ଧାର । ମୃତ ଯୁବତୀ ଜଣକ କେରଳର ହୋଇଥିବା ସୂଚନା । ସୂଚନା ଅନୁସାରେ ଗତ ୧୯ ତାରିଖରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ବ୍ରହ୍ମପୁର ଆସି ଏହି ଲଜରେ ରହୁଥିଲେ। ସେମାନେ ମେଡିକାଲ କାମରେ ଆସିଥିବା ଲଜ୍ କର୍ମଚାରୀଙ୍କୁ କହିଥିଲେ। ଗତକାଲି ସକାଳେ ଲଜ କର୍ମଚାରୀ ସଫେଇ ପାଇଁ କବାଟ ବାଡେଇବାରୁ କେହି ଶୁଣିନଥିଲେ। ଏନେଇ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ପୋଲିସ ରୁମ କବାଟ ଖୋଲି ଭିତରକୁ ପସିବା ପରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ୨ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମହିଳାଙ୍କ ସ୍ବାମୀଙ୍କ ପତ୍ତା ମିଳୁନି। କେମିତି ତାଙ୍କର ମୃତ୍ୟୁ ହେଲା କାରଣ ଜଣାପଡିନି। ମହିଳାଙ୍କ ମୃତ୍ୟୁ ପଛରେ ସ୍ବାମୀଙ୍କ ହାତ ଅଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login