ଅଜିତ ସାହୁ /ଜଳେଶ୍ଵର :ଜିଲ୍ଲା ଲଘୁ ଖଣି ବିଭାଗ ପକ୍ଷରୁ ଆଜି ବସ୍ତା ସ୍ଥିତ ବିଭିନ୍ନ ବାଲି ସୈରାତରେ ଚଢାଉ କରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ବସ୍ତା ତହସିଲ ଅଧିନସ୍ଥ ଧିତପୂରା, ବେଣାପୂରା, ଦେଭୋଗ୍, ଆମକୁଡୁଚି ଆଦି ଅଞ୍ଚଳର ବିଭିନ୍ନ ବାଲି ସୈରାତରେ ବେଆଇନ ଭାବେ ବାଲି ଉତ୍ତୋଳନ ହେବା ସହିତ, ଦିନ ଦ୍ୱିପ୍ରହରରେ ନଦୀ ବନ୍ଧ ଦେଇ ଶହଶହ ଟ୍ରାକ୍ଟର ଓ ଡମ୍ପର ଯୋଗେ ବେଆଇନ ବାଲି ଚାଲାଣ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ଯାହାପାଇଁ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ, ନଦୀବନ୍ଧ ଦୁର୍ବଳ ହେବା ସହିତ ଅନେକ ସ୍ଥାନରେ ଦବି ହୋଇ ଧସିଯିବା ଭଳି ପରିସ୍ଥିତି ଉପଯୁଚି। ଆଗକୁ ବର୍ଷା ଦିନ ଆସୁଥିବାରୁ ବନ୍ୟା ପରିସ୍ଥିତି ପାଇଁ ନଦୀକୂଳିଆ ବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଅନ୍ୟ ପଟେ ନମ୍ବର ବିହୀନ ଗାଡ଼ି ସାଙ୍ଗକୁ କୌଣସି କାଗଜ ପତ୍ର ନଥାଇ ବେପରୁଆ ଭାବେ ଗ୍ରାମ୍ୟ ଓ ବଜାର ଅଞ୍ଚଳରେ ଦୃତ୍ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ବାଲି ମାଫିଆଙ୍କ ଏଭଳି ବେପରୁଆ ଗାଡି ଚାଳନା ସାଙ୍ଗକୁ ବାଲି ମାଫିଆ ଙ୍କ ଦୌରତ୍ମ୍ୟ ପାଇଁ ସୁବର୍ଣ୍ଣରେଖା ନଦୀ ତାହାର ଗତି ପଥ ବଦଳାଇ ବସ୍ତା ବ୍ଲକ୍ ସନ୍ତୋଷପୁର ପଞ୍ଚାୟତ ଉଡ଼ିଆପଡ଼ା ଠାରେ ଗତ ବର୍ଷ ବର୍ଷା ଋତୁରେ ବିରାଟ ଘାଇ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଆଜି ଖଣି ବିଭାଗ ପକ୍ଷରୁ ଏହି ସବୁ ବାଲି ସୈରାତ ଉପରେ ସକାଳ ସମୟରେ ଅତର୍କିତ ଚଢ଼ାଉ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଚଢ଼ାଉରେ ଖଣି ବିଭାଗ ପକ୍ଷରୁ ସନ୍ତୋଷି ପ୍ରଭା ସେଠୀ ସଦଳ ବଳେ ଉପସ୍ଥିତ ଥିଲେ। ନଦୀ ଗର୍ଭରୁ ବେଆଇନ ବାଲି ଉତ୍ତୋଳନ ରେ ବ୍ୟବହୃତ ଏକାଧିକ ଜେଶିବି ଓ ଟ୍ରାକ୍ଟର ଜବତ କରି ଖଣି ବିଭାଗ ନେଇଥିବା ସ୍ଥାନୀୟ ଅଞ୍ଚଳବାସୀବାସୀ ପ୍ରକାଶ କରିଥିବା ବେଳେ , ଜବତ କୌଣସି ଜେସିବି କିମ୍ବା ଟ୍ରାକ୍ଟର ସ୍ଥାନୀୟ ସିଂଲା କିମ୍ବା ବସ୍ତା ଥାନାରେ ଖଣି ବିଭାଗ ପକ୍ଷରୁ ହସ୍ତାନ୍ତର ହୋଇନାହିଁ କିମ୍ବା ଚଢାଉ ସଂକ୍ରାନ୍ତୀୟ କୌଣସି ଖବର ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଚଢାଉ କାହା ସ୍ୱାର୍ଥରେ ନା କେବଳ ଲୋକ ଦେଖାଣିଆ ତାହାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ,ବିଭାଗୀୟ ଅଧିକାରୀ ସନ୍ତୋଷି ପ୍ରଭା ସେଠୀ ଙ୍କୁ ବାରମ୍ବାର ମୋବାଇଲ୍ ଯୋଗେ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା। ଏଥି ପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।
ଲଘୁ ଖଣି ବିଭାଗର ଲୋକ ଦେଖାଣିଆ ଚଢାଉ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











